୨୨ମୀଖା

ଆଜି ଆମ୍ଭେମାନେ ମୀଖା ଭବିଷ୍ୟତ୍ବକ୍ତାଙ୍କ ବିଷୟରେ ଦେଖିବାକୁ ଯାଉଅଛୁ। ସେ କ୍ଷୁଦ୍ରତମ କୁହାଯାଉଥିବା ଭବିଷ୍ୟତ୍ବକ୍ତାମାନଙ୍କ ମଧ୍ୟରୁ ଜଣେ, ସେମାନେ କମ୍ ମହତ୍ୱପୂର୍ଣ୍ଣ ବିଷୟ କହିଥିଲେ ସେଥିପାଇଁ ନୁହେଁ, ମାତ୍ର ସେମାନେ ଯିଶାଇୟ ଯିରିମୀୟ ଭାବିଷ୍ୟତ୍ବକ୍ତାଙ୍କଠାରୁ କମ ଲେଖିଥିଲେ।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଯେପରି ମୁଁ ଏହି ସପ୍ତାହରେ ବାରମ୍ବାର ପ୍ରାର୍ଥନା କରିଅଛି, ସେହି ପରି ପୁଣିଥରେ ପ୍ରାର୍ଥନା କରେ ଯେ ଏଠାରେ ଆପଣଙ୍କ ଆତ୍ମାଙ୍କୁ ବହିବାକୁ ଦିଅ, ପୁଣି ଯେଉଁମାନେଙ୍କୁ ଉତ୍ସାହର ଆବଶ୍ୟକ ଅଟେ, ସେମାନେ ଉତ୍ସାହିତ ହେଉନ୍ତୁ। ଯେଉଁମାନଙ୍କୁ ସମ୍ମୁଖିନ ଆହ୍ୱାନ କରିବାକୁ ଆବଶ୍ୟକ ଅଟେ, ସେମାନେ ଆହ୍ୱାନ ପ୍ରାପ୍ତ ହୁଅନ୍ତୁ। ପିତା, ଆମ୍ଭେମାନେ ଯେଉଁ ସମସ୍ୟାଗୁଡ଼ିକ ସହିତ ପରିଚିତ ଅଟୁ, ଆମ୍ଭେମାନେ ଯେଉଁ କାହାଣୀଗୁଡ଼ିକୁ ଶୁଣିଅଛୁ, ଆମ୍ଭେମାନେ ଯେଉଁ ପଦଗୁଡ଼ିକୁ ପଢ଼ିଅଛୁ, ସେହି ସବୁ ଆମ୍ଭମାନଙ୍କ ହୃଦୟକୁ ବିଦୀର୍ଣ୍ଣ କରୁ ଆଜି ଆମ୍ଭେମାନେ ଆମେରିକାରେ ମୀଖାଙ୍କ ବାର୍ତ୍ତାକୁ ଯେପରି ବୁଝି ପାରୁ, ସେଥିପାଇଁ ସାହାଯ୍ୟ କରନ୍ତୁ। ଯୀଶୁଙ୍କ ନାମରେ, ଆମେନ୍।

. ସନ୍ତାପ ମଙ୍ଗଳ

ଯିଶାଇୟ ଭବିଷ୍ୟତ୍ବକ୍ତା କାର୍ଯ୍ୟ କରୁଥିବା ସମୟରେ ତାହାଙ୍କ ସହିତ ଆହୁରି ଅନେକ ଭବିଷ୍ୟତ୍ବକ୍ତାଗଣ କାର୍ଯ୍ୟ କରୁଥିଲେ ଭବିଷ୍ୟତ୍ବକ୍ତା ମୀଖା ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ତାହାଙ୍କ ଲେଖନୀର ସଂଗ୍ରହକୁ ଆମ୍ଭେମାନେ ପୁରାତନ ନିୟମରେ ମୀଖାଙ୍କ ପୁସ୍ତକ କହିଥାଉ।

ମୀଖାଙ୍କ ପୁସ୍ତକକୁ ତିନୋଟି ପର୍ଯ୍ୟାୟରେ ଗଠନ କରାଯାଇଅଛି, ଯାହାକୁ ସାହିତ୍ୟରେ ପୁରାତନ ଇଂରାଜୀରେ ସନ୍ତାପ ମଙ୍ଗଳ ବାକ୍ୟ ବୋଲି କୁହାଯାଏ। ସନ୍ତାପର ଅର୍ଥ, ମୀଖା ଦଣ୍ଡ ଘୋଷଣା କରୁଅଛନ୍ତି, ଅର୍ଥାତ୍ ସେ ଉତ୍ତରୀୟ ରାଜ୍ୟ ଇସ୍ରାଏଲ ଦକ୍ଷିଣୀ ରାଜ୍ୟ ଯିହୂଦା ଉପରେ ଆସୁଥିବା ବିନାଶ ବିଷୟରେ ଭାବବାଣୀ କରୁଅଛନ୍ତି। ଏହି ସପ୍ତାହରେ, ମୁଁ ପାଇଲି ଯେ ସନ୍ତାପ ଶବ୍ଦ ଏକ ଶବ ସତ୍କାର ସମ୍ବନ୍ଧିୟ ଭାଷା ଅଟେ, ତେଣୁ ଯେତେବେଳେ ଯୀଶୁ କହନ୍ତି ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, ତେବେ ସେ କହୁଅଛନ୍ତି, ତୁମ୍ଭେ ମୃତ ଅଟ, ତୁମ୍ଭେ ତୁମ୍ଭର ଶବାଧାରରେ ଅବସ୍ଥିତ  ମଙ୍ଗଳ ଶବ୍ଦ ଏକ ପୁରାତନ ଇଂରାଜୀ ଶବ୍ଦ ଅଟେ, ଯାହାର ଅର୍ଥ ଆଶୀର୍ବାଦ ସ୍ପଷ୍ଟ ରୂପରେ, ଆମ୍ଭେମାନେ ଅନୁପ୍ରାସ ହେତୁ ପ୍ରଯୋଗ କରୁ, ମୀଖାଙ୍କ ସମସ୍ତ ସନ୍ତାପ ବାକ୍ୟ, ଅର୍ଥାତ୍ ବିଚାର ସମ୍ବନ୍ଧିୟ ବାକ୍ୟରେ, ପୁଣି ତାହା ମଙ୍ଗଳର ବାକ୍ୟ, ଅର୍ଥାତ୍ ଆଶୀର୍ବାଦର ବାକ୍ୟ ଏହା ମିଶ୍ରିତ ଅଟେ, ଯେଉଁଠାରେ ମୀଖା କହୁଅଛନ୍ତି ଯେ ଯେତେବେଳେ ଆପଣ ସେହି ବିଚାର ସମୟ ଦେଇ ଗମନ କରନ୍ତି, ସେହିପରି ଭବିଷ୍ୟତ୍ରେ ମଧ୍ୟ ଆଶୀର୍ବାଦର ଏକ ସମୟ ଆସିବ; ଏକ ପୁନର୍ସ୍ଥାପନାର ସମୟ ଆସିବ। ତେଣୁ, ମୀଖା  ସନ୍ତାପ ମଙ୍ଗଳ ବାକ୍ୟକୁ, ବିଚାର ଆଶୀର୍ବାଦକୁ ଏକ ସଙ୍ଗରେ ରଚନା କରନ୍ତି। ଦ୍ୱିତୀୟ ପର୍ଯ୍ୟାୟ, ବିଚାର ଆଶୀର୍ବାଦ, ତୃତୀୟ ପର୍ଯ୍ୟାୟ, ବିଚାର ଆଶୀର୍ବାଦ। ମୁଁ, ଆଜି ସକାଳେ, ସେହି ତିନୋଟି ପର୍ଯ୍ୟାୟକୁ ଦେଖିବାକୁ ଚାହେଁ।

. ପ୍ରଥମ ପର୍ଯ୍ୟାୟ (- ପର୍ବ)

ସନ୍ତାପ ମଙ୍ଗଳ ବାକ୍ୟର ପ୍ରଥମ ପର୍ଯ୍ୟାୟ ମୀଖା ପର୍ବରେ ଦେଖିବାକୁ ମିଳେ। ମୀଖା, ଶମରୀୟା, ଅର୍ଥାତ୍ ଉତ୍ତରୀୟ ରାଜ୍ୟ ଇସ୍ରାଏଲ ଉପରେ ଆସୁଥିବା ବିନାଶ ବିଷୟରେ ଭାବବାଣୀ କରିବା ଦ୍ୱାରା ଆରମ୍ଭ କରନ୍ତି। ତାହା ମୀଖାଙ୍କ ଜୀବନକାଳରେ ସଫଳ ହେଲା। ୭୨୨-୭୨୧ ଖ୍ରୀଷ୍ଟ ପୂର୍ବରେ ଅଶୂରୀୟ ସାମ୍ରାଜ୍ୟ ଆସି ଉତ୍ତରୀୟ ରାଜ୍ୟକୁ ପରାସ୍ତ କଲା। ମୀଖା, ଯିହୂଦା, ଅର୍ଥାତ୍ ଦକ୍ଷିଣୀ ରାଜ୍ୟ ଉପରେ ଆସୁଥିବା ବିନାଶ ବିଷୟରେ ମଧ୍ୟ ଭାବବାଣୀ କରିଥିଲେ। ସେମାନେ ଇସ୍ରାଏଲ, ଅର୍ଥାତ୍ ଉତ୍ତରୀୟ ରାଜ୍ୟ ତୁଲ୍ୟ ହୋଇଥିଲେ ୫୮୬ ଖ୍ରୀଷ୍ଟ ପୂର୍ବରେ ବାବିଲ ସାମ୍ରାଜ୍ୟ ଆସି ଦକ୍ଷିଣୀ ରାଜ୍ୟକୁ ବିନଷ୍ଟ କଲା।

ମୀଖା, ପରମେଶ୍ୱର ଆପଣା ସନ୍ତାନଗଣଙ୍କୁ ଦଣ୍ଡ ଦେବା ପାଇଁ ବିଦେଶୀ ଶକ୍ତିକୁ କେଉଁ କାରଣରୁ ପ୍ରେରଣ କରୁଅଛନ୍ତିସେହି ବିଷୟରେ ସମ୍ପୁର୍ଣ୍ଣ ସ୍ପଷ୍ଟ ଅଟନ୍ତି।

ପ୍ରଥମ କାରଣ ପ୍ରତିମା ପୂଜା କରିବା। ସେମାନେ ଅନ୍ୟ ଦେବତାଗଣଙ୍କ ଉପାସନା କରିଥିଲେ, ସେମାନେ ଖୋଦିତ ପ୍ରତିମା ନିର୍ମାଣ କରିଥିଲେ ସେମାନେ ପ୍ରଥମ ଦ୍ୱିତୀୟ ଆଜ୍ଞାକୁ ପାଳନ କରି ଥିଲେ। ତେଣୁ, ଉଦାହରଣ ସ୍ୱରୂପ, ମୀଖା ଶମରୀୟା ପ୍ରତି ଆସୁଥିବା ବିନାଶ ବିଷୟରେ ମୀଖା : ପଦରେ କହନ୍ତି, ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ତ ଖଣ୍ତ କରାଯିବ ତାହାର ବର୍ତ୍ତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ଵଂସ କରିବା; କାରଣ ବେଶ୍ୟାର ବର୍ତ୍ତନ ଦ୍ଵାରା ସେ ତାହା ସଞ୍ଚୟ କରିଅଛି ତାହା ପୁନର୍ବାର ବେଶ୍ୟାର ବର୍ତ୍ତନ ହୋଇଯିବ। ଇସ୍ରାଏଲ-ସନ୍ତାନଗଣ ପ୍ରତିମା ପୂଜକ ହୋଇଥିଲେ।

କିନ୍ତୁ, ମୀଖାରେ ଦ୍ୱିତୀୟ କାରଣ, ପୁଣି ମୁଁ ଏହି ବିଷୟରେ ଅଧିକ ସମୟ ବ୍ୟତିତ କରିବାକୁ ଚାହିଁଲି ମୁଁ ତାହା କରିବାକୁ ସକ୍ଷମ ହେଉ ନାହିଁ, କିନ୍ତୁ ଦେଶରେ ସମସ୍ତ ସାମାଜିକ ଅନ୍ୟାୟ ବିନାଶ ଆସିବା ଦ୍ୱିତୀୟ କାରଣ ଅଟେ। ଯିଶାଇୟ ଆମୋଷ ତୁଲ୍ୟ ମୀଖାରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ। ଏହା ଏକ ସମୃଦ୍ଧିର ସମୟ ଥିଲା। ଏପରି ଏକ ସମୟ ଥିଲା ଯେଉଁ ସମୟରେ କେତେକ ଲୋକ ବହୁତ, ବହୁତ ଧନୀ ଥିଲେ ତଥାପି, ସେମାନେ ଧନ ସକାଶୁ ଦରିଦ୍ର ଲୋକମାନଙ୍କୁ ଅତ୍ୟାଚାର କରିବାରେ ସକ୍ଷମ ଥିଲେ। ଅତଏବ ମୀଖାରେ ସାମାଜିକ ଅନ୍ୟାୟ, ଦରିଦ୍ର, ପିତୃହୀନ, ବିଧବାମାନଙ୍କ ଉପରେ ଅତ୍ୟାଚାର ବିଷୟରେ ଏକ ମହତ୍ୱପୂର୍ଣ୍ଣ ସମ୍ବାଦ ଅଛି। ଉଦାହରଣସ୍ୱରୂପ, ମୀଖା :- ପଦ ଦେଖନ୍ତୁ।

କିନ୍ତୁ, ଆଜି ସକାଳେ, ମୁଁ ଯେଉଁ ଅନୁଚ୍ଛେଦରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହେଁ, ତାହା ମୀଖା :- ପଦ ଅଟେ। ଆପଣ ଏହି ଭାବବାଦୀକୁ ଅଧ୍ୟୟନ କରିବା ବେଳେ, ଯଦି ଆପଣ ଏହି ପଦଗୁଡ଼ିକରେ ପରିଚିତ ନୁହଁନ୍ତି, ତେବେ ଆପଣ ସମ୍ପାଦକଙ୍କ ଦ୍ୱାରା ଅନୁଚ୍ଛେଦଗୁଡ଼ିକ ମଧ୍ୟରେ ଦିଆଯାଇଥିବା ଅତିରିକ୍ତ ସ୍ଥାନକୁ ଧ୍ୟାନ ଦେବା ଆବଶ୍ୟକ ଅଟେ। ଆପଣ ତାହା ଧ୍ୟାନ ଦେଇଅଛନ୍ତି କି? ଆପଣ ତାହା ସହିତ ଅଧ୍ୟୟନ କରୁଥିବେ, ଆକସ୍ମିକ ଭାବରେ ସେଠାରେ ଏକ ଅତିରିକ୍ତ ସ୍ଥାନ ଥିବ। ଭାବବାଦୀ ବକ୍ତାକୁ ପରିବର୍ତ୍ତନ କରିବାକୁ ଚାହିଥିଲେ ସେମାନେ ଆପଣଙ୍କୁ ସେମାନେ ଏହା କରୁଅଛନ୍ତି ବୋଲି କହନ୍ତି ନାହିଁ। ପରମେଶ୍ୱର କହୁଅଛନ୍ତି ଭାବବାଦୀ ମଧ୍ୟ କହୁଅଛନ୍ତି, ପରେ ଲୋକମାନେ ମଧ୍ୟ କହୁଅଛନ୍ତି ଏହିପରି ଆଗକୁ ପଛକୁ ପରିବର୍ତ୍ତନ ହେଉଅଛି। ଉତ୍ତମ, ପଦରେ ମୀଖା ଯେଉଁ ଲୋକମାନଙ୍କୁ ଘୋଷଣା କରୁଅଛନ୍ତି ସେମାନେ କହୁଅଛନ୍ତି ସେହି ଲୋକମାନେ ମୀଖାକୁ କହନ୍ତି, ତୁମ୍ଭେମାନେ ବାକ୍ୟ ପ୍ରଚାର କର, ସେମାନେ ଏପରି ପ୍ରଚାର କରନ୍ତି। ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ ନାହିଁ; ଅପମାନ ଘୁଞ୍ଚିବ ନାହିଁ। ହେ ଯାକୁବ-ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? ଏହିସବୁ କି ତାହାଙ୍କର କର୍ମ?

ଅନ୍ୟ ବାକ୍ୟରେ, ଲୋକମାନେ ମୀଖାଙ୍କୁ କହୁଅଛନ୍ତି, ନାହିଁ, ନାହିଁ, ନାହିଁ, ନାହିଁ! ଆସୁଥିବା ବିନାଶ ବିଷୟରେ ପ୍ରଚାର କର ନାହିଁ! ନିଶ୍ଚିତ ରୂପରେ ତୁମେ ତାହା ପ୍ରଚାର କରିବ ନାହିଁ। ନିଶ୍ଚିତ ରୂପରେ ଅପମାନ ଘୁଞ୍ଚିବ ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଅବ୍ରହାମଙ୍କ ବଂଶଧର ଅଟୁ! ଆମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ଅଟୁ, ଆମ୍ଭେମାନେ ପରମେଶ୍ୱରଙ୍କ ମନୋନୀତ ଲୋକ ଅଟୁ! ସେମାନେ ତାହା ଥିଲେ, ସେମାନେ ବିଶିଷ୍ଟ ଲୋକ ଥିଲେ। ନିଶ୍ଚିତ ରୂପରେ ଅପମାନ ଘୁଞ୍ଚିବ ନାହିଁ। ସେମାନେ ମୀଖାଙ୍କୁ ତାହା ହିଁ କହୁଅଛନ୍ତି।

ସେହି ସମାନ ଧାରଣା ମୀଖା :୧୧ ପଦରେ ପୁଣିଥରେ ପୁନରାବୃତ୍ତି କରାଯାଇଅଛି। ମୀଖା ଯେଉଁ ସମସ୍ତ ପାପ ହେଉଅଛି, ତାହା ବିଷୟରେ ପ୍ରକାଶ କରୁଅଛନ୍ତି; ନେତାଗଣଙ୍କୁ ଲାଞ୍ଚ ଦିଆଯାଉଅଛି, ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି। ପୁଣି ୧୧ ପଦର ମଧ୍ୟରେ ଭବିଷ୍ୟତ୍ବାକ୍ୟ ପରିବର୍ତ୍ତନ ହୁଏ ଲୋକମାନେ, ଅର୍ଥାତ୍ ଯେଉଁମାନଙ୍କୁ ସେ ପ୍ରଚାର କରୁଅଛନ୍ତି, ସେମାନେ କହୁଅଛନ୍ତି, ତଥାପି ସେମାନେ (ଇସ୍ରାଏଲୀୟ ଲୋକମାନେ) ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।

ସେମାନେ ଯାହା କହୁଅଛନ୍ତି ତାହା ଏହା ଯେ, “ଏବେ ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ! ଦେଖ, ଆମ୍ଭେମାନେ ଇସ୍ରାଏଲୀୟ ଲୋକ ଅଟୁ! ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର ଅଟୁ! ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି! ନିଶ୍ଚିତ ରୂପରେ କୌଣସି ବିଚାର, କିମ୍ବା କୌଣସି ଦଣ୍ଡ ଆମ୍ଭମାନଙ୍କ ଉପରେ ଆସିବ ନାହିଁ।” ଆପଣ ଦେଖନ୍ତି କି, ମୀଖା ଯେଉଁ ଲୋକମାନଙ୍କ ବିରୁଦ୍ଧରେ ଭବିଷ୍ୟତ୍‌ବାଣୀ କରୁଅଛନ୍ତି, ସେମାନେ ବାହ୍ୟ ଧାର୍ମିକତା ଉପରେ ବିଶ୍ୱାସ କରନ୍ତି। ତାହା ହିଁ ମୀଖା ପୁସ୍ତକର କୁଞ୍ଜି ଅଟେ; ସେ ଏହି ଲୋକମାନଙ୍କୁ ଓ ଏହି ସମସ୍ୟାଗୁଡ଼ିକୁ ସମ୍ବୋଧିତ କରୁଥିବାର କାରଣ ଏହା ଯେ ସେମାନେ ଧାର୍ମିକତା କିଛି ବାହ୍ୟିକ ବିଷୟ ଅଟେ ବୋଲି ବିଶ୍ଵାସ କରନ୍ତି। ଲୋକମାନେ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ଯାହା ଚାହାଁନ୍ତି, ତାହା କେବଳ ଏହା ଯେ ଆମେ ସମୟ ସମୟରେ କେତେକ ବାହ୍ୟିକ ରୀତି, କେତେକ ଧାର୍ମିକ ରୀତିକୁ ପାଳନ କରୁ। ତେଣୁ, ମୀଖା ଭବିଷ୍ୟତବକ୍ତାଙ୍କ ସମୟରେ, ଲୋକମାନେ ବିଶ୍ରାମବାରରେ ମନ୍ଦିରକୁ ଯାଉଥିଲେ। ପୁଣି ସେମାନେ, ସମ୍ଭବତଃ, କିଛି ଦାନ ଓ ଦଶମାଂଶ ଦେଉଥିଲେ। ସେମାନେ ଧର୍ମପରାୟଣତାର ଫାନ୍ଦରେ ପଡ଼ି ଜୀବନ ବ୍ୟତୀତ କରୁଥିଲେ  ପୁଣି ସେଥିରେ ଆଉ ଅନେକ ମୌଳିକ ଧାରଣା ରହିଅଛି। ଯେହେତୁ ସେମାନେ ଅବ୍ରହାମଙ୍କ ଜାତୀୟ ବଂଶ ସେଥିସକାଶୁ ସେ ସମସ୍ତେ ଯେ ସ୍ୱର୍ଗକୁ ଯିବେ ଏହା ସେମାନେ ବିଶ୍ଵାସ କରୁଥିଲେ

ଶାସ୍ତ୍ରୀମାନଙ୍କ ସାହିତ୍ୟରେ ଏକ ପ୍ରସିଦ୍ଧ ଅନୁଚ୍ଛେଦ ଅଛି, ଯେଉଁଠାରେ ଅବ୍ରହାମ ନରକର ଦ୍ୱାରରେ ଏହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଛିଡ଼ା ହୋଇଅଛନ୍ତି ଯେ ସୁନ୍ନତ ପ୍ରାପ୍ତ କୌଣସି ଯିହୂଦୀ ନରକକୁ ଯାଉ। ଅତଏବ, ଏହି ମୌଳିକ ବିଶ୍ୱାସକୁ ଦେଖୁ ଯେ ମୁଁ ଜଣେ ଯିହୂଦୀ ରୂପରେ ଜନ୍ମ ହୋଇଥିବାରୁ, ଯେକୌଣସି ପ୍ରକାରେ ମୁଁ ସ୍ୱର୍ଗକୁ ଯିବି ତାଉପରେ ମୁଁ ବିଶ୍ରାମବାରକୁ ଯିବା, କିଛି ଦଶମାଂଶ ଦେବା, କିଛି ଦାନ ଦେବା ପରି ଏହି ଧାର୍ମିକ କାର୍ଯ୍ୟ କରୁଅଛି ... ଧର୍ମପରାୟଣତାର ଜୀବନ... ଏବଂ ଏଠାରେ ଏକ ସମସ୍ୟା ଦେଖୁ, ଯେ ସେମାନେ କହୁଅଛନ୍ତି ଯେ ସପ୍ତାହର ଅବଶେଷ ଦିନ ମୁଁ ଯାହା ଚାହିଁବି, ତାହା କରିବାକୁ ଯାଉଅଛି ଯଦି ମୁଁ ପ୍ରତିମା ପୂଜକ ଅଟେ, ତେବେ ମଧ୍ୟ ଠିକ୍ ଅଛି। ଯଦି ମୁଁ ଅବିଶ୍ୱାସଯୋଗ୍ୟ ଅଟେ, ତେବେ ମଧ୍ୟ ଠିକ୍ ଅଛି। ଯଦି ମୁଁ ଦରିଦ୍ରମାନଙ୍କୁ ଅତ୍ୟାଚାର କରେ, ତେବେ ମଧ୍ୟ ଠିକ୍ ଅଛି।  ଏଥିରେ କିଛି ଫରକ ପଡ଼େ ନାହିଁ ଯଦି ମୁଁ ବିଧବା ଅନାଥଙ୍କୁ ଦମନ କରେ। ତାହ ଠିକ୍ ଅଛି, କାରଣ ସର୍ବ ଶେଷରେ ମୁଁ ବିଶ୍ରାମବାରରେ ମନ୍ଦିରକୁ ଯାଏ, ମୁଁ ଦଶମାଂଶ ନୈବେଦ୍ୟ ଦାନ କରେ, ତାହା ଉପରେ ମୁଁ ଯିହୂଦୀ ଅଟେ। ତେଣୁ ଏଥିରେ କିଛି ଫରକ ପଡ଼େ ନାହିଁ, କିଛି ଫରକ ପଡ଼େ କି?

ମୋର ଅର୍ଥରେ ତାହା ହିଁ ବାହ୍ୟିକ ଧର୍ମପରାୟଣତା ଅଟେ; କାରଣ ମୁଁ କିଛି ଧର୍ମନିଷ୍ଠା ରୀତି ପାଳନ କରେ, ତେଣୁ ମୁଁ ଯାଇ ଯାହା ଇଚ୍ଛା, ତାହା କରିପାରିବି, ଆଉ ସେଥିରେ କିଛି ଫରକ ପଡ଼େ ନାହିଁ। ଇସ୍ରାଏଲୀୟମାନଙ୍କ ସମୟରେ ଏହିପରି ଧର୍ମତତ୍ତ୍ୱ ସମ୍ବନ୍ଧିୟ ପରିସ୍ଥିତି ଥିଲା।

ଆମେରିକାରେ ସମାନ ପରିସ୍ଥିତି ଦେଖିବାକୁ ମିଳେ। ସମାନ ପ୍ରକାରର ବିଚାରଧାରା ଦେଖିବାକୁ ମିଳେ ଏହା ଅନେକ ରୂପ ନେଇଥାଏ। କେତେକ ଲୋକ କହନ୍ତି, ଉତ୍ତମ, ମୁଁ ମଧ୍ୟ ଧାର୍ମିକ ଅନୁଭୂତି କରିଥିଲି। ଆପଣ ଜାଣନ୍ତି, ମୁଁ ଯାଦୁଗରୀ ପ୍ରାର୍ଥନା କଲି, ମୁଁ କ୍ୟାମ୍ପରେ ଯାଦୁଗରୀ ହସ୍ତକୁ ଉତ୍ତୋଳନ କଲି, ମୋତେ କ୍ୟାମ୍ପ ଭଲ ଲାଗେ, ପୁଣି ଶିଶୁମାନଙ୍କୁ ହୋଇଥିବା ଅନୁଭବ ପାଇଁ ମୁଁ ଆନନ୍ଦିତ ଅଟେ, କିନ୍ତୁ ମୁଁ କେବଳ ସେଥିରେ ଆନନ୍ଦିତ ନୁହେଁ। କିନ୍ତୁ, ଏହିପରି ଧାରଣା ଅଛି ଯେ ଯଦି ମୋପାଖେ କିଛି ନିର୍ଦ୍ଧିଷ୍ଟ ଧାର୍ମିକ ଅନୁଭୂତି ଅଛି, ବା ଯଦି ମୁଁ ମଣ୍ଡଳୀକୁ ଯାଏ, କିମ୍ବା ଅଳ୍ପ କିଛି ଦାନ ପରମେଶ୍ୱରଙ୍କୁ ଦିଏ... ପୁଣି ମୁଁ ଆମେରିକାରେ ଜନ୍ମ ହୋଇଅଛି ମୋ ମାତାପିତା ଧର୍ମପରାୟଣ ଲୋକ ଥିଲେ ଏହି ପ୍ରକାର ପାରିବାରିକ ଯୋଜନା ଅଛି, ସେମାନେ ଭାବନ୍ତି, ଯେ ଯଦି ମାତା-ପିତା ଧାର୍ମିକ ଅଟନ୍ତି, ତାହା ଦ୍ୱାରା ମୁଁ ସ୍ୱର୍ଗରେ ପ୍ରବେଶ କରିବି। ଏହି ସମସ୍ତ ବାହ୍ୟିକ ବିଷୟ ଅଟେ। ସେଗୁଡ଼ିକ ଧାର୍ମିକ ବିଷୟ ଅଟେ। ଅନେକ ସମୟରେ ଲୋକମାନେ ଚିନ୍ତା କରନ୍ତି ଯେ ଯଦି ମୁଁ ଏହା କରିବି, ତେବେ ମୁଁ ନରକରୁ-ମୁକ୍ତ-ରୂପରେ-ବାହାରିବା କାର୍ଡ଼ ପ୍ରାପ୍ତ କରିବି, ବା ଆମ୍ଭେମାନେ ଭବିଷ୍ୟତବକ୍ତାଙ୍କ ପୁସ୍ତକରେ ଥିବା ହେତୁ ମୁଁ ଏହାକୁ ‘‘ନରକରୁ(ଗେହେନ୍ନା)-ମୁକ୍ତ-ରୂପରେ-ବାହାରିବା କାର୍ଡ଼’’ କହିବି। ଆଉ ଯଦି ମୋ ପାଖେ ସେହି କାର୍ଡ଼ ଅଛି, ତେବେ ମୁଁ ଯେପରି ଚାହିଁବି ସେପରି ଜୀବନ ବ୍ୟତିତ କରିବି, ସେଥିରେ କିଛି ଫରକ ପଡ଼ିବ ନାହିଁ, କାରଣ... ରବିବାର ଆସୁଅଛି, ମୁଁ ମଣ୍ଡଳୀକୁ ଯିବି ସମସ୍ତ ଧାର୍ମିକ କ୍ରିୟା କରିବି। ଠିକ୍ ଏହିପରି ବିଚାରଧାରା ବିରୁଦ୍ଧରେ ମୀଖା ଭବିଷ୍ୟତ୍ବାଣୀ କରୁଅଛନ୍ତି।

ଆପଣ ଦେଖନ୍ତି, ସେମାନେ ପରମେଶ୍ୱରଙ୍କ ସହନଶୀଳତାର ସିଦ୍ଧାନ୍ତକୁ ଭୁଲ ବୁଝିଲେ। ପରମେଶ୍ୱର ଆମ୍ଭମାନଙ୍କ ସହିତ ସହନଶୀଳ ଅଟନ୍ତି। ଯେତେବେଳେ ଆମ୍ଭେମାନେ ପାପ କରୁ ସେହିକ୍ଷଣି ସେ ଆମକୁ ଦଣ୍ଡ ଦିଅନ୍ତି ନାହିଁ। କିନ୍ତୁ ସେ ଆତ୍ମାଙ୍କ ରବ ଶୁଣିବା ନିମନ୍ତେ ଆମ୍ଭମାନଙ୍କ ପାପ ସହିତ ସମ୍ମୁଖିନ ହେବାକୁ ଅନୁତାପ କରିବାକୁ ସମୟ ଦିଅନ୍ତି। କିନ୍ତୁ ସେମାନେ ଭାବିଲେ ଯେ ପରମେଶ୍ୱର ସହନଶୀଳ ହେବାରୁ ସେ କେବେ ଦଣ୍ଡିତ କରିବାକୁ ଯାଉ ଥିଲେ। ସେମାନଙ୍କ ପାପ ପ୍ରତି ପରମେଶ୍ୱରଙ୍କ ସହନଶୀଳତା ବାସ୍ତବରେ ଏକ ସଂକେତ ଥିଲା ଯେ, ହେ, ମୁଁ ତାହା କରୁଥିବି ମୁଁ କେବେ ମଧ୍ୟ ଦଣ୍ଡ ପ୍ରାପ୍ତ ହେବି ନାହିଁ।

ଏହି ସମାନ ବିଷୟକୁ ନୂତନ ନିୟମରେ, ରୋମୀୟ ପର୍ବରେ ମଧ୍ୟ ଦେଖୁ। ପାଉଲ ସେହି ସମସ୍ତ ବିଷୟରେ ଆଲୋଚନା କରୁଅଛନ୍ତି। ରୋମୀୟ : ପଦରେ ସେ କହନ୍ତି, ଶୁଣନ୍ତୁ।

ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?

ଅନ୍ୟ ବାକ୍ୟରେ, ଆପଣ ଭାବୁଛନ୍ତି କି ଯେ ପରମେଶ୍ୱର କରୁଣାମୟ ସହନଶୀଳ ହେବାରୁ, ସେ ଆପଣଙ୍କୁ କେବେ ଦଣ୍ଡିତ କରିବାକୁ ଯାଉ ନାହାନ୍ତି?

ଏହା କି ଜାଣି ନାହଁ ଯେ ଈଶ୍ଵରଙ୍କ କୃପା (ଆପଣଙ୍କୁ ସେହିକ୍ଷଣି ଦଣ୍ଡ ଦେବାକୁ ମନା କରିବା) ଯେ ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ?

ପାଉଲ କହିଲେ, ଈଶ୍ୱର କାହିଁକି ସହନଶୀଳ ଅଟନ୍ତି ତାହା ଆପଣ ବୁଝି ପାରନ୍ତି ନାହିଁ। ସେ ଆପଣଙ୍କୁ ମନପରିବର୍ତ୍ତନ କରିବାକୁ ସୁଯୋଗ ଦେଉଅଛନ୍ତି। ପାଉଲ କହନ୍ତି, କିନ୍ତୁ ତୁମ୍ଭେ ଆପଣା କଠିନ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ଵରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ (ଯଦି ଜଣେ ବ୍ୟକ୍ତିଙ୍କୁ ଏହା ଭୟଭିତ କରେ ନାହିଁ ତେବେ ମୁଁ ଜାଣି ନାହିଁ ଭୟଭିତ କରି ପାରେ)

ଏହା ମୀଖାଙ୍କ ସମୟରେ ବାସ୍ତବ ଥିଲା ଏବଂ ଏହା ଆମ୍ଭମାନଙ୍କ ସମୟରେ ବାସ୍ତବ ଅଟେ ଏହା ଯୀଶୁଙ୍କ ଦିନରେ ବାସ୍ତବ ଥିଲା।

ଏହା ଏପରି ଏକ ଚିନ୍ତାଧାରା ଯାହା କହେ ଯେ, ମୁଁ କେତୋଟି ଧାର୍ମିକ କ୍ରିୟାକଳାପ କରିବାକୁ ଯାଉଅଛି ପରେ ମୁଁ ଯେପରି ଚାହିବି ସେପରି ଜୀବନଯାପନ କରି ପାରିବି, ସେଥିରେ କିଛି ଫରକ ପଡ଼ିବ ନାହିଁ। ଯୀଶୁଙ୍କୁ ଏହି ପରି ଚିନ୍ତାଧାରା ବାଇବଲର ଅନ୍ୟ କୌଣସି ବିଷୟଠାରୁ ଅଧିକ ବିରକ୍ତ କରିଥିଲା। ସେ ଆପଣା ଶ୍ରେଷ୍ଠ ଘୋଷଣାକୁ ପାପୀମାନଙ୍କ ନିମନ୍ତେ ସଞ୍ଚୟ କରି ରଖି ଥିଲେ, ଯେପରି ଆମ୍ଭେମାନେ ଅନେକ ସମୟ ପାପ ବିଷୟରେ ଚିନ୍ତା କରିଥାଉ। ସେ ସେମାନଙ୍କୁ ଧାର୍ମିକ ପ୍ରକାରର ଲୋକଙ୍କ ପାଇଁ ଞ୍ଚ କରିଥିଲେ। ଏବଂ ଫାରୂଶୀମାନଙ୍କ ତୁଲ୍ୟ ଆଉ କେହି ଭର୍ତ୍ସନା ପ୍ରାପ୍ତ ହୋଇ ଥିଲେ।

ଯୀଶୁ ରବିବାର ସକାଳ ସମୟରେ ଧର୍ମପରାୟଣ ଜୀବନ ବ୍ୟତୀ କରିବା ଅବଶେଷ ଦିନ ଯେପରି ଚାହାନ୍ତି ସେପରି ଜୀବନଯାପନ କରିବା ବିଷୟରେ କହନ୍ତି ଶୁଣନ୍ତୁ। ମାଥିଉ ୨୩:୨୫ ରୁ ଆଗକୁ।

ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନ କର୍ମ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ। ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଫାରୂଶୀମାନେ, କାରଣ ତୁମ୍ଭେମାନେ ଶୁକ୍ଳୀକୃତ ସମାଧି ସ୍ଵରୂପ (ଏହା କହିବା କୌଣସି ଭଲ ବିଷୟ ନୁହେଁ, ବିଶେଷ ଭାବରେ ଯେତେବେଳେ ସେ ଜଣେ ଯିହୁଦୀ ଅଟନ୍ତି। ଆପଣ ସେମାନଙ୍କୁ ଏକ ଚଳନ୍ତା ଅଶୁଚି କହୁଅଛନ୍ତି। ଆପଣ ସମାଧି ଅଟନ୍ତି, ଆପଣ ଦୂଷିତ ଲୋକ ଅଟନ୍ତି, କିନ୍ତୁ ଆପଣ ସେମାନଙ୍କୁ ଅଶୁଚି କରୁଅଛନ୍ତି, ସେମାନେ ଏହା ମଧ୍ୟ ଜାଣି ପାରନ୍ତି ନାହିଁ, କାରଣ ଆପଣ ବାହାରେ ଅତି ସୁନ୍ଦର ଦେଖାଯାଆନ୍ତି) ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଅଧର୍ମରେ ପରିପୂର୍ଣ୍ଣ ଅଟ।

ସମାନ ବିଷୟ, ଏହା ନୁହେଁ କି? ମୀଖାରେ ସେହି ସମାନ ବିଷୟ, ଯୀଶୁଙ୍କ ସମୟରେ ସେହି ସମାନ ବିଷୟ ଦୁର୍ଭାଗ୍ୟବଶତଃ ଆଜି ସବୁ ସ୍ଥାନରେ, ବିଶେଷ ରୂପରେ ଆମେରିକାସ୍ଥିତ ମଣ୍ଡଳୀମାନଙ୍କରେ ମଧ୍ୟ ସେହି ସମାନ ବିଷୟ ଦେଖିବାକୁ ମିଳେ।

ଉତ୍ତମ, ମୀଖା ସନ୍ତାପର ବାକ୍ୟ ଘୋଷଣା କରିବା ପରେ ସେ ମଙ୍ଗଳ ବାକ୍ୟର ଅନୁଚ୍ଛେଦକୁ ଉଲ୍ଲେଖ କରନ୍ତି, ଯାହା ମୀଖା :୧୨ ପଦରେ ଆଶୀର୍ବାଦ ସହିତ ଆରମ୍ଭ ହୁଏ।

ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; ନିଜ ଚରାଣି-ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେପରି ମନୁଷ୍ୟ-ବାହୁଲ୍ୟ ହେତୁରୁ ସେମାନେ ମହାଶଦ୍ଦ କରିବେ।

ମୀଖା, ଉଭୟ ରାଜ୍ୟକୁ ଆସୁଥିବା ଦଣ୍ଡ ବିଷୟରେ ଭବିଷ୍ୟତ୍ବାଣୀ କରୁଅଛନ୍ତି ପରେ ସେ ଆପଣଙ୍କ ମଧ୍ୟରୁ କେତେକଙ୍କ ପାଇଁ ପ୍ରତିଜ୍ଞା ଦେଉଅଛନ୍ତି ଯେ ଏହି ଦଣ୍ଡ ମଧ୍ୟ ଦେଇ ଯିବା ପରେ ପରମେଶ୍ୱର ଆପଣା ହସ୍ତ ବିସ୍ତାରିବେ ସେ ଆପଣଙ୍କୁ ରକ୍ଷା କରିବେ ସେ ଆପଣଙ୍କୁ ପୁଣିଥରେ ଆପଣା ନିକଟକୁ ଆଣିବେ। କିନ୍ତୁ ବ୍ୟବହାର କରାଯାଇଥିବା ସେହି ଶବ୍ଦ ଅବଶିଷ୍ଟାଂଶକୁ ଧ୍ୟାନ ଦିଅନ୍ତୁ। ଏହି ଶବ୍ଦ ପୁରାତନ ନିୟମର ଧର୍ମତତ୍ତ୍ୱରେ ବହୁତ ମହତ୍ୱ ପୂର୍ଣ୍ଣ ଅଟେ, କାରଣ ପରିତ୍ରାଣର ପ୍ରତିଜ୍ଞା ସମସ୍ତ ଯିହୂଦୀମାନଙ୍କ ପାଇଁ ନୁହେଁ। ମୀଖାରେ ଦିଆଯାଇଥିବା ଭବିଷ୍ୟତର ପରିତ୍ରାଣ ଭବିଷ୍ୟତ୍ବକ୍ତା ଯିଶାଇୟ, ଅନ୍ୟ ଭବିଷ୍ୟତ୍ବକ୍ତାଙ୍କ ଦ୍ୱାରା ଦିଆଯାଇଥିବା ଭବିଷ୍ୟତର ପରିତ୍ରାଣ ସେହି ଅବଶିଷ୍ଟାଂଶଙ୍କ ପାଇଁ ଅଟେ। ବର୍ତ୍ତମାନ, ଯଦି ଆପଣ କୌଣସି ବସ୍ତ୍ର ଭଣ୍ଡାରକୁ ଯାଇ ଅବଶିଷ୍ଟାଂଶ ମାଗନ୍ତି, ତେବେ ଆପଣ ପାଇବେ? ଆପଣ ସେହି ସାମଗ୍ରୀର ପୂର୍ଣ୍ଣ ଅଲଗୁଣିକୁ ପାଇବେ କି? ନାହିଁ, ମାତ୍ର ଆପଣ ଏହାର କିଛି ଅଂଶ ପାଇବେ। ତାହା ଅର୍ଥ ଆପଣ କେବଳ ବଳକା କିଛି ଅଂଶ ପ୍ରାପ୍ତ କରିବେ। ମୀଖା କହୁଅଛନ୍ତି ଯେ ସମସ୍ତ ଇସ୍ରାଏଲୀୟ ଲୋକମାନେ ନିୟମବଦ୍ଧ ଗୋଷ୍ଠୀ ନୁହଁନ୍ତି। ଏହା ଏକ ବୃହତ ବିଷୟ ଅଟେ। ଏହା ବୃହତ ଅଟେ। ଏପର୍ଯ୍ୟନ୍ତ ଲୋକମାନଙ୍କ ଚିନ୍ତାଧାରା ଏପରି ଥିଲା ଯେ ଯଦି ମୁଁ ଏକ ଯିହୂଦୀ ଅଟେ, କିଛି କାର୍ଯ୍ୟ କରେ ତେବେ ମୁଁ ନିଶ୍ଚିତ ରୂପରେ ସ୍ୱର୍ଗ ଯିବି। ଏବଂ ଅବଶିଷ୍ଟାଂଶର ସିଦ୍ଧାନ୍ତ ଏହା କହେ ଯେ ତାହା ସେହି ପରି ନୁହେଁ, କିନ୍ତୁ ପରିତ୍ରାଣର ପ୍ରତିଜ୍ଞା ଅଳ୍ପ ସଂଖ୍ୟକ ଲୋକମାନଙ୍କ ଗୋଷ୍ଠୀ ପାଇଁ ଅଟେ। ଏହା କେବଳ ଧାର୍ମିକ ଲୋକମାନଙ୍କ ପାଇଁ ଅଟେ। ଯଦି ଆପଣ ଏହି ବିଷୟରେ ସାହିତ୍ୟକୁ ଅଧ୍ୟୟନ କରନ୍ତି, ତେବେ ସେମାନେ ଅନେକ ସମୟରେ ଧାର୍ମିକ ଅବଶିଷ୍ଟାଂଶ ଲୋକମାନଙ୍କୁ ଦର୍ଶାଅନ୍ତି, କାରଣ ଆପଣ ଏହିପରି ଭାବରେ ଅବଶିଷ୍ଟାଂଶର ଏକ ଅଂଶ ହୋଇଥାଆନ୍ତି।

ବର୍ତ୍ତମାନ ପୁରାତନ ନିୟମ ଶିଖାଏ ଯେ ନିୟମର ଆଶୀର୍ବାଦ କେବଳ ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ପାଇଁ ଅଟେ ତାହାଙ୍କ ପ୍ରତି ସେହି ପ୍ରେମ ହେତୁ... ଅର୍ଥାତ୍ ଶେମା, ଦ୍ୱିତୀୟ ବିବରଣ :... ସେହି ପ୍ରେମରୁ ବିଶ୍ୱାସଯୋଗ୍ୟ ଆଜ୍ଞାବହତା ପ୍ରଭାବିତ ହୁଏ। ଏହା ସର୍ବଦା ସେହିପରି ଶିଖାଯାଇଅଛି। ବର୍ତ୍ତମାନ ସେହି ଗୋଷ୍ଠୀକୁ ଏକ ନାମ ଦିଆଯାଇଅଛି, ସେହି ଲୋକମାନେ ଯିହୂଦୀ, ମାତ୍ର ଧାର୍ମିକ ଅଟନ୍ତି, ସେମାନଙ୍କ ଏକ ନାମ ଅଛି ସେମାନେ ... (ଟର୍ନ୍ଡ୍ ଟେପ୍) ଅବଶିଷ୍ଠାଂଶ ଅଟନ୍ତି।

...ରୋମୀୟ ୧୧:- ପରି ଅନୁଚ୍ଛେଦ, ଅଧ୍ୟୟନ ପାଇଁ ଏକ ଉତ୍ତମ ଅନୁଚ୍ଛେଦ, କିନ୍ତୁ ଏହା ସମ୍ପୂର୍ଣ୍ଣ ନୂତନ ନିୟମର ସମ୍ମୁଖରେ ସ୍ପଷ୍ଟ ରୂପରେ ଦେଖିବାକୁ ମିଳେ। ଉଦାହରଣ ସ୍ୱରୂପ; ମାଥିଉ (ଏହା ବାଇବଲର ସେହି ଭୟଙ୍କର ଅନୁଚ୍ଛେଦମାନଙ୍କ ମଧ୍ୟରୁ ଗୋଟିଏ ଅଟେ) ପାର୍ବତ୍ୟ ଉପଦେଶରେ, ମାଥିଉ :୨୧ ପଦରେ ଯୀଶୁ କହନ୍ତି..., ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ (ସେହି ପ୍ରକାରର ଲୋକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ) ସେଦିନ (ବିଚାର ଦିନ) ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, (ଦେଖନ୍ତୁ ଲୋକମାନେ କଲେ। ସେମାନେ କରିଥିବା ଉତ୍ତମ ଧର୍ମପରାୟଣ କାର୍ଯ୍ୟକୁ ଦେଖନ୍ତୁ) ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ, ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ?! (ଆମ୍ଭେମାନେ ଯେଉଁ ସମସ୍ତ ଉତ୍ତମ କାର୍ଯ୍ୟ କଲୁ, ତାହା ଦେଖନ୍ତୁ!) ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ, ମୋʼ ପାଖରୁ ଦୂର ହୁଅ।

ଏହା ଅବଶିଷ୍ଟାଂଶର ଧର୍ମତତ୍ତ୍ୱ; ଯେ ଯେଉଁ ଲୋକମାନେ ବାସ୍ତବରେ ପରିତ୍ରାଣ ପ୍ରାପ୍ତ ହେଉଅଛନ୍ତି ବା ପୁନର୍ସ୍ଥାପିତ ହେଉଅଛନ୍ତି, ବିଚାର ମଧ୍ୟ ଦେଇ ଗମନ କଲେ ମଧ୍ୟ, ସେମାନେ କୌଣସି ବୃହତ ଲୋକସମୂହ ନୁହଁନ୍ତି। ଆମ୍ଭମାନଙ୍କ ଭାଷାରେ, ଆପଣାକୁ ଖ୍ରୀଷ୍ଟିୟାନ କହୁଥିବା ପ୍ରତ୍ୟେକ ବ୍ୟକ୍ତି ନୁହେଁ, ମଣ୍ଡଳୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ନୁହେଁ, ଧର୍ମପରାୟଣତାର କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନୁହେଁ... ମାତ୍ର ଯେଉଁମାନେ ମୋହର ସ୍ୱର୍ଗୀୟ ପିତାଙ୍କ ଇଚ୍ଛା ସାଧନ କରନ୍ତି, ସେମାନେ ଧାର୍ମିକ ଅବଶିଷ୍ଟାଂଶ ଅଟନ୍ତି।

ଆମ୍ଭ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ହେବା ଉଚିତ୍ ଯେ ଆପଣ ସେହି ଅବଶିଷ୍ଟାଂଶଙ୍କ ଏକ ଅଂଶ କିପରି ହୋଇପାରିବେ? ମୋ କହିବାର ଅର୍ଥ, ମୁଁ ସେହି ପାର୍ଶ୍ୱରେ ରହିବାକୁ ଚାହେଁ। ଯଦି ମଣ୍ଡଳୀକୁ ଆସିବା କେତେକ ଧାର୍ମିକ କାର୍ଯ୍ୟ ମୋତେ ଈଶ୍ୱରଙ୍କ ନିୟମବଦ୍ଧ ଗୋଷ୍ଠୀର ଅଂଶି କରାଏ ନାହିଁ; ଯଦି ଭବିଷ୍ୟତ୍ବାଣୀ ଭୂତମାନଙ୍କୁ ଛଡ଼ାଇବା ଅନେକ ଶକ୍ତିର କାର୍ଯ୍ୟ କରିବା ମୋତେ ଧାର୍ମିକ ଅବଶିଷ୍ଟାଂଶର ଅଂଶି କରାଏ ନାହିଁ, ତେବେ ମୁଁ କିପରି ଏହି ଧାର୍ମିକ ଅବଶିଷ୍ଟାଂଶର ଅଂଶି ହୋଇପାରିବି, ତାହା ମୁଁ ଜାଣିବାକୁ ଚାହୁଅଛି।

. ଦ୍ୱିତୀୟ ପର୍ଯ୍ୟାୟ (- ପର୍ବ)

ମୀଖା, ସନ୍ତାପ ମଙ୍ଗଳ ବାକ୍ୟର ଦ୍ୱିତୀୟ ପର୍ଯ୍ୟାୟକୁ ଅଧ୍ୟାୟ ରୁ ଆରମ୍ଭ କରି ଅଧ୍ୟାୟ ପର୍ଯ୍ୟନ୍ତ ଆଲୋଚନା କରନ୍ତି। ସେ ଶାସକ ଭବିଷ୍ୟତ୍ବକ୍ତାଗଣଙ୍କ ଉପରେ ଦଣ୍ଡକୁ ଘୋଷଣା କରନ୍ତି ମୀଖା ଅଧ୍ୟାୟର ମଙ୍ଗଳ ବାକ୍ୟରେ ସେ ଅବଶିଷ୍ଟାଂଶ ଲୋକଙ୍କ ଭାବୀ ପରିତ୍ରାଣ ବିଷୟରେ ଉଲ୍ଲେଖ କରନ୍ତି, ଏବଂ ଏଠାରେ କେବଳ ଗୋଟିଏ ବିଷୟକୁ ଉଲ୍ଲେଖ କରିବାକୁ ଚାହେଁ, କାରଣ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ମୁଁ ତାହାକୁ ଛାଡ଼ି ପାରିବି ନାହିଁ।

ମୀଖା : ପଦରେ ଏକ ପ୍ରସିଦ୍ଧ ବାକ୍ୟ ଅଛି, ଯେଉଁଠାରେ ସେ ଭାବୀ ମସିହାଙ୍କ ବିଷୟରେ ଆଲୋଚନା କରନ୍ତି:

ମାତ୍ର ହେ ବେଥଲିହିମ-ଉଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି।

ବିଗତ ସପ୍ତାହରେ ଆମ୍ଭେମାନେ ପରିତ୍ରାଣର ପ୍ରସଙ୍ଗ ସମଗ୍ର ପୁରାତନ ନିୟମରେ ପ୍ରବାହିତ ହେଉଥିବା ବିଷୟରେ ଆଲୋଚନା କରିଥିଲୁ, ଅର୍ଥାତ୍ ଆସିବାକୁ ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ପ୍ରତିଜ୍ଞା, ଯେ ପରିତ୍ରାଣକର୍ତ୍ତା ହେବେ। ମୁଁ ବିଗତ ସପ୍ତାହ ଯେଉଁ ପଦଗୁଡ଼ିକୁ ଉଲ୍ଲେଖ କରିଥିଲି, ସେହି ପଦଗୁଡ଼ିକ ଏହା ଦର୍ଶାଏ ଯେ ସେହି ବ୍ୟକ୍ତି ଦାଉଦଙ୍କ ବଂଶରୁ ହେବେ। ଶାମୁୟେଲ :୧୩ ପଦରେ ପରମେଶ୍ୱର ଦାଉଦଙ୍କୁ ପ୍ରତିଜ୍ଞା କରନ୍ତି ଯେ ତାହାଙ୍କ ଔରସଜାତ ବଂଶରୁ ଜଣେ ବ୍ୟକ୍ତି ଚିରକାଳ ପାଇଁ ତାଙ୍କ ସିଂହାସନରେ ଆରୋହଣ କରିବେ। ଯିଶାଇୟ ୧୧ ପର୍ବରେ ଦାଉଦଙ୍କ ପିତା, ଯିଶୟର ଗଣ୍ତିରୁ ଏକ ପଲ୍ଲବ ନିର୍ଗତ ହେବାର ପ୍ରତିଜ୍ଞାକୁ ଦେଖୁ, ବର୍ତ୍ତମାନ ମସିହାଙ୍କ ପ୍ରତିଜ୍ଞାକୁ ଦେଖୁ, ଆଉ ସେ ଜଣେ ଦାଉଦଙ୍କ ବଂଶ ଅଟନ୍ତି, ତେଣୁ, ସେ ଦାଉଦଙ୍କ ପୂର୍ବପୁରୁଷଙ୍କ ଗୃହରେ, ଅର୍ଥାତ୍ ବେଥଲିହିମରେ ଜନ୍ମ ହେବେ। ଏହା ସେହି ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍ ସେହି ମସିହା (ଏବ୍ରୀ ଭାଷାରେ), ଖ୍ରୀଷ୍ଟ (ଗ୍ରୀକ ଭାଷାରେ) ସେହି ଆସୁଥିବା ବ୍ୟକ୍ତି ଦ୍ୱାରା ପରମେଶ୍ୱର ଆପଣା ଲୋକମାନଙ୍କ ପରିତ୍ରାଣ ସାଧନ କରିବେ। ପରିତ୍ରାଣ ଏକ ସାମୂହିକ ପରିକଳ୍ପନା ନୁହେଁ। ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ପରିତ୍ରାଣ ଯୀଶୁ ଖ୍ରୀଷ୍ଟ, ଅର୍ଥାତ୍ ମସିହା, ଖ୍ରୀଷ୍ଟଙ୍କ ଦ୍ୱାରା ମିଳିଥାଏ।

. ତୃତୀୟ ପର୍ଯ୍ୟାୟ (- ପର୍ବ)

ଏଥିଉତ୍ତାରେ ମୀଖା, - ପର୍ବରେ ସନ୍ତାପ ମଙ୍ଗଳ ବାକ୍ୟର ତୃତୀୟ ପର୍ଯ୍ୟାୟକୁ ଗମନ କରନ୍ତି ଆମ୍ଭେମାନେ ବାସ୍ତବରେ ମୀଖାଙ୍କ ଭବିଷ୍ୟତବାଣୀର କେନ୍ଦ୍ରକୁ ସ୍ପର୍ଶ କରୁ।  ସନ୍ତାପର କେନ୍ଦ୍ରିୟ ବାକ୍ୟ। ଦୟାକରି ମୀଖା :- ପଦକୁ ଦେଖନ୍ତୁ। ଚିହ୍ନଟ କରିବା ପାଇଁ ଏହା ବାଇବଲର ଏକ ଅନୁଚ୍ଛେଦ ଅଟେ। ପୁଣି ପର୍ବରେ ମୀଖା ନୁହେଁ, ମାତ୍ର ଇସ୍ରାଏଲୀୟ ଲୋକମାନେ କହୁଅଛନ୍ତି ସେମାନେ ପରମେଶ୍ୱରଙ୍କ ପ୍ରତି ବା ମୀଖାଙ୍କ ପ୍ରତି କୋମଳ ନୁହଁନ୍ତି। ସେମାନେ ଏହା କହି ଆରମ୍ଭ କରନ୍ତି:

ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଊର୍ଦ୍ଧ୍ଵସ୍ଥ ପରମେଶ୍ଵରଙ୍କ ସମ୍ମୁଖରେ ପ୍ରଣାମ କରିବା?

(ଅନ୍ୟ ବାକ୍ୟରେ, ଆପଣ ଚାହାଁନ୍ତି? ମୋ ରବର ଭାବକୁ ଧ୍ୟାନ ଦିଅନ୍ତୁ।)

ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା? (ଗୋବତ୍ସମାନଙ୍କୁ ସେମାନଙ୍କ ମୂଲ୍ୟ ହେତୁ ବହୁତ ମହତ୍ୱପୂର୍ଣ୍ଣ ବଳିଦାନ ରୂପେ ସ୍ୱୀକାର କରାଯାଏ। ଆମ୍ଭେ କି ଉତ୍କର୍ଷ ହୋମବଳି ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା? ଯଦି ଉତ୍କର୍ଷ ହୋମବଳି ନୁହେଁ, ତେବେ ମୀଖା, ଆମ୍ଭେ ପରିମାଣର ହୋମବଳି ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା) ପଦ...

ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ?

(ପରେ ଏକ ବିରକ୍ତିକର ମୋଡ଼ରେ ସେମାନେ କହନ୍ତି, ଉତ୍ତମ, ଆମ୍ଭେ ଆପଣା ପ୍ରଥମଜାତକୁ ଉତ୍ସର୍ଗ କରିବା, ସେମାନେ ଜାଣନ୍ତି ଯେ ତାହା ପରମେଶ୍ୱର ଘୃଣା କରନ୍ତି)

ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?

ଏହା ଲୋକମାନେ ଠିକ୍ ଅଛି ପରି କହିବା ତୁଲ୍ୟ ଅଟେ, ମୀଖା ତୁମେ ଚାହଁ? ନିରବ ରୁହ! ତୁମେ ଚାହଁ ଯେ ଆମ୍ଭେମାନେ କରିବୁ? ମୋ କହିବାର ଅର୍ଥ, ପରମେଶ୍ୱର ଚାହାନ୍ତି? ଆମ୍ଭେମାନେ ତୁମ୍ଭ ତିରସ୍କାରରୁ କ୍ଳାନ୍ତ ହୋଇଅଛୁ।

ଏବଂ ପଦରେ ମୀଖା ସେମାନଙ୍କୁ ଉତ୍ତର ଦିଅନ୍ତି:

ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ (ଅର୍ଥାତ୍ ପରମେଶ୍ୱର) ତୁମ୍ଭକୁ ଜଣାଇଅଛନ୍ତି; (ଅନ୍ୟ ବାକ୍ୟରେ, ପରମେଶ୍ୱର ଚାହାନ୍ତି ଯେ ଆପଣ କରନ୍ତୁ, ତୁମ୍ଭେ ଠିକ୍ ଠିକ୍ ଜାଣ!) ନ୍ୟାୟାଚରଣ, ଦୟା ଭଲ ପାଇବା ନମ୍ର ଭାବରେ ତୁମ୍ଭ ପରମେଶ୍ଵରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ (ଯିହୋବା ପରମେଶ୍ୱର ଆଉ କଅଣ ଚାହାନ୍ତି ) ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?

ମୀଖା କହୁ ନାହାନ୍ତି ଯେ ବଳିଦାନ ପ୍ରଣାଳୀ ଅପ୍ରାସଙ୍ଗିକ ଅଟେ। ପୁରାତନ ନିୟମରେ ବଳିଦାନ ଏବେ ମଧ୍ୟ ପାପକ୍ଷମାର ମାଧ୍ୟମ ଅଟେ। କିନ୍ତୁ ଯାହା ମୀଖା କହୁଅଛନ୍ତି ତାହା ଏହା ଯେ ବାହ୍ୟ ଧର୍ମପରାୟଣତା, ଅର୍ଥାତ୍ ବଳିଦାନ ରୂପ ଧର୍ମପରାୟଣତା, ଧର୍ମପରାୟଣତା ଏହା କହେ ଯେ ଉତ୍ତମ, ମୁଁ ମଣ୍ଡଳୀକୁ ଯାଇଅଛି, ତେବେ କିଛି ଫରକ ପଡ଼େ ନାହିଁ, ଏହିପରି ଧର୍ମପରାୟଣତା ସମ୍ପୂର୍ଣ୍ଣ ଭାବରେ ମୂଲ୍ୟହୀନ ଅଟେ। ଗୋଟିଏ ଲେଖକ ଏପ୍ରକାର ଲେଖନ୍ତି; ଶୂନ୍ୟ ଧାର୍ମିକତାର କ୍ରିୟାର ବହୁବୃଦ୍ଧିକରଣରେ ପରମେଶ୍ୱରଙ୍କ ଇଚ୍ଛା ନାହିଁ। ଆଉ ଧାର୍ମିକ ଅବଶିଷ୍ଟାଂଶ ଲୋକମାନେ ଜାଣନ୍ତି ଯେ ପ୍ରକୃତ ଧର୍ମପରାୟଣତା ହୃଦୟରୁ ଆରମ୍ଭ ହୁଏ।

ହେ ଇସ୍ରାଏଲ, ଶୁଣ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ସମସ୍ତ ପ୍ରାଣ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ।

ଧାର୍ମିକ ଅବଶିଷ୍ଟାଂଶ ଧାର୍ମିକ ଅଟନ୍ତି, କାରଣ ସେମାନେ ଜାଣନ୍ତି ଯେ ପରମେଶ୍ୱର ଚାହାନ୍ତି, ଅର୍ଥାତ୍ ଆମ୍ଭମାନଙ୍କ ହୃଦୟ; ଏହା ଅନ୍ତରରେ ଆରମ୍ଭ ହୁଏ, ତାହାପରେ ପରମେଶ୍ୱରଙ୍କ ପ୍ରତି ପ୍ରେମଭରା ହୃଦୟରେ ଆଜ୍ଞାବହତା ପ୍ରବାହିତ ହୁଏ, ପ୍ରେମ ପ୍ରବାହିତ ହୁଏ; କରୁଣା ପ୍ରବାହିତ ହୁଏ, ନମ୍ର ଭାବ ପ୍ରବାହିତ ହୁଏ।

ଏବଂ ମୀଖାରେ ଏହା ଏକ ଅଦ୍ୱିତୀୟ ବାର୍ତ୍ତା ନୁହେଁ। ଏହା ପୁରାତନ ନିୟମର ସବୁସ୍ଥାନରେ ଦେଖିବାକୁ ମିଳେ। ଗୀତସଂହିତା ୫୧ ଗୋଟିଏ ମହତ୍ୱପୂର୍ଣ୍ଣ ବାକ୍ୟ ଅଟେ। ଏହା ବଥ୍ଶେବା ସହିତ ପାପ କଲା ଉତ୍ତାରେ ଦାଉଦଙ୍କ ପଶ୍ଚାତାପର ଗୀତ ଅଟେ ୧୬ ପଦକୁ ଶୁଣନ୍ତୁ, ଦାଉଦ କହନ୍ତି। ଏହି ଗୀତ ମୀଖାଙ୍କ ୩୦୦ ବର୍ଷ ବା ତାହାଠାରୁ ଅଧିକ ସମୟ ପୂର୍ବର ଗୀତ ଅଟେ।

କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ। ଭଗ୍ନ-ଆତ୍ମା ପରମେଶ୍ଵରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ଵର, ତୁମ୍ଭେ ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।

ଦେଖନ୍ତୁ, ଦାଉଦ ଜାଣନ୍ତି ଯେ ବଥ୍ଶେବା ସହିତ ପାପ କଲାପରେ ସେ ସାମାନ୍ୟ ରୂପରେ କୌଣସି ଛାଗ ବା ଗୋରୁକୁ ବଧ କରିବା ପରେ ସବୁକିଛି ଠିକ୍ ଅଛି, ତାହା କରି ପାରିବେ ନାହିଁ। ଦାଉଦ ଜାଣନ୍ତି ଯେ ପରମେଶ୍ୱର ଆମ୍ଭମାନଙ୍କ ହୃଦୟକୁ ଚାହାନ୍ତି, ଆମ୍ଭମାନଙ୍କ ହୃଦୟ ଭଗ୍ନ-ଆତ୍ମା ବିଶିଷ୍ଟ ହେବା ଉଚିତ୍। ଆମ୍ଭମାନଙ୍କ ଅନ୍ତଃକରଣ ଚୂର୍ଣ୍ଣ ହେବା ଆବଶ୍ୟକ... ଏବଂ ସେହି  ଭଗ୍ନ-ଆତ୍ମାରୁ ସେ ଗ୍ରାହ୍ୟ ବଳି ଉତ୍ସର୍ଗ କରିବ, ବଳିଦାନଗୁଡ଼ିକ ଉତ୍ସର୍ଗ କରିବ। କିନ୍ତୁ ତାହା ପ୍ରଶଂସାର ଉତ୍ସର୍ଗ ଅଟେ, କାରଣ ସେ ଆପଣା ଦରିଦ୍ରାବସ୍ଥାକୁ ସ୍ୱୀକାର କରୁଅଛି, ଯେ ମୋ ପାପ ବିଷୟରେ ମୁଁ କିଛି କରି ପାରିବି ନାହିଁ। ମୋ ହୃଦୟ ଭଗ୍ନ ଅଟେ ଏବଂ ତାହା ମୁଁ ବଳିଦାନ ଦ୍ୱାରା ପ୍ରକାଶ କରିବି। କିନ୍ତୁ ଯଦି ଏହା ବଳିଦାନ ମାତ୍ର ଅଟେ, ତେବେ ତାହା ମୂଲ୍ୟହୀନ ଅଟେ। ଏହାର ଅର୍ଥ ପୂର୍ଣ୍ଣତଃ କିଛି ନୁହେଁ। ବାସ୍ତବରେ, ଏହା ଶୁନ୍ୟତାରୁ ମଧ୍ୟ ମନ୍ଦ ଅଟେ। ଏହା ଘୃଣାଯୋଗ୍ୟ ଅଟେ। ବାଇବଲରେ ଯିଶାଇୟ ଅଧ୍ୟାୟ ଏହାଠାରୁ ମଧ୍ୟ କଠିନ ବାକ୍ୟ ଅଟେ। ପୁଣି, ଯଦି ଏହି ଅନୁଚ୍ଛେଦକୁ ଆପଣଙ୍କ ବାଇବଲରେ ଚିହ୍ନଟ କରାଯାଇ ନାହିଁ, ତେବେ ଏହା ଚିହ୍ନଟ କରାଯିବା ଉଚିତ୍। ଯେଉଁ ଲୋକମାନେ ଏହା ଭାବନ୍ତି ଯେ ଯଦି ସେମାନେ ବଳିଦାନ ଉତ୍ସର୍ଗ କରନ୍ତି, ତେବେ ସେମାନେ ଯେକୌଣସି ପ୍ରକାର ଜୀବନବ୍ୟତିତ କରିବାକୁ ଚାହାନ୍ତି, ସେହିପ୍ରକାର ଜୀବନବ୍ୟତିତ କରି ପାରିବେ କୌଣସି ମାଧ୍ୟମରେ ସେମାନେ ନରକରୁ-ମୁକ୍ତ-ରୂପରେ-ବାହାରିବା କାର୍ଡ ପ୍ରାପ୍ତ ହେବେ, ସେହି ଲୋକମାନଙ୍କ ବିଷୟରେ ଯିଶାଇୟ କହନ୍ତି, ତାହା ଶୁଣନ୍ତୁ। ଏହି ପ୍ରକାର ବିଚାରଧାରା ବିଷୟରେ ଯିଶାଇୟ କହନ୍ତି, ଶୁଣନ୍ତୁ।

ଯିଶାଇୟ : ୧୦ ପଦରୁ ଆରମ୍ଭ କରି; ସଦାପ୍ରଭୁଙ୍କର ବାକ୍ୟ ଶୁଣ,

ହେ ସଦୋମର ଶାସନକର୍ତ୍ତାମାନେ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର। (ଧ୍ୟାନ ଦିଅନ୍ତୁ, ସେ ସଦୋମ ହମୋରାର ଲୋକମାନଙ୍କୁ କହୁ ନାହାନ୍ତି। ସେ ଯିହୂଦୀ ଲୋକମାଙ୍କୁ କହୁଅଛନ୍ତି। ଯିଶାଇୟ ପରମେଶ୍ୱରଙ୍କ ପକ୍ଷରୁ କହନ୍ତି) ସଦାପ୍ରଭୁ କହନ୍ତି, ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ? ଆମ୍ଭେ ମେଷଗଣର ହୋମବଳିରେ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କି ମେଷ କି ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ। ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି? ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ଅମାବାସ୍ୟା ବିଶ୍ରାମବାର, ସଭାର ଘୋଷଣା...ଅନ୍ୟାନ୍ୟ

ଏବଂ ଏହି ସମସ୍ତ ବସ୍ତୁ ଉତ୍ତମ ଅଟେ, ସେସବୁ ନୁହେଁ କି? ମୋ କହିବାର ଅର୍ଥ, ଏହି ସମସ୍ତ ବିଷୟ ଲେବୀୟ ନିୟମରେ ଅଛି। ଏହି ସମସ୍ତ ଏକ ମାଧ୍ୟମ ଅଟେ, ଯେଉଁଠାରେ ପରମେଶ୍ୱର କହନ୍ତି, ଏହି ପ୍ରକାରେ ତୁମ୍ଭେ ଆପଣା ଧନ୍ୟବାଦଜ୍ଞାପନ ଆଧ୍ୟାତ୍ମିକ ଦେବାଳିଆ ଅବସ୍ଥାକୁ ପ୍ରକାଶ କରି ପାରିବ। କିନ୍ତୁ ପରମେଶ୍ୱର କହନ୍ତି ଆମ୍ଭେ ତୁମ୍ଭ ବଳିଦାନ ସହିତ କିଛି କରିବା ନାହିଁ।

୧୩ ପଦର ଶେଷରେ...ଏହି ଅଧର୍ମ ମହାସଭା ଆମ୍ଭେ ସହି ପାରୁ ନାହୁଁ।

(ପରମେଶ୍ୱର କହନ୍ତି, ତୁମ୍ଭ ମନ୍ଦିରକୁ ଯିବା ବହୁତ ପବିତ୍ର ଦେଖାଯିବା ସତ୍ୟନିଷ୍ଠା ଦେଖିବା ମୋତେ ବିରକ୍ତି କରେ... ତାହା ମହାସଭା...ଏବଂ ତଥାପି ତୁମ୍ଭେ ପବିତ୍ର ସତ୍ୟନିଷ୍ଟା ରୂପରେ ସର୍ବଦା ମନ୍ଦିରରେ ରହିଥାଅ, ଆପଣଙ୍କ ଜୀବନ ଅଧର୍ମରେ ପୂର୍ଣ୍ଣ ଅଟେ; ଏହା ପାପରେ ପୂର୍ଣ୍ଣ ଅଟେ ପୁଣି ଆପଣ ମନ୍ଦିରରୁ ଯାଇ ଅଧା ଦିନ ଅନ୍ୟ ସ୍ଥାନରେ ବ୍ୟତିତ କରନ୍ତି, ଯେପରି ଇଚ୍ଛା ସେପରି ବ୍ୟତିତ କରନ୍ତି, ଦରିଦ୍ରଙ୍କୁ ପିତୃହୀନ ବିଧବାଙ୍କୁ ନିର୍ଯାତନ କରନ୍ତି ଆପଣା ପ୍ରତିମାକୁ ଉପାସନା କରିବାକୁ ଯାଉଅଛନ୍ତି, ପୁଣିଥରେ ମହାସଭାକୁ ପବିତ୍ର କରିବା ହେତୁ ଶନିବାର ଦିନ ଫେରିବେ। ଆଉ ପରମେଶ୍ୱର କହନ୍ତି, ତାହା ଆମ୍ଭକୁ ବିରକ୍ତି କରିଥାଏ! ଆମ୍ଭେ ତାହା ଘୃଣାକରୁ! ତୁମ୍ଭେ ଯେବେ ତାହା କର, ଆମ୍ଭେ ତାହା ସହି ପାରୁ ନାହୁଁ! ଏହି ଅଧର୍ମ ମହାସଭା ଆମ୍ଭେ ସହି ପାରୁ ନାହୁଁ।)

ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ନିରୂପିତ ପର୍ବସବୁ ଘୃଣା କରେ; ସେହିସବୁ ଆମ୍ଭ ପ୍ରତି କ୍ଳେଶକର (ଆପଣ ଦେଖନ୍ତି, ତାହା କିଛି ଥିବାରୁ ମଧ୍ୟ ମନ୍ଦ ଅଟେ, ପରମେଶ୍ୱରଙ୍କ ନିମନ୍ତେ ତାହା କ୍ଲେଶକର ଅଟେ); ଆମ୍ଭେ ସେସବୁ ବହିବାକୁ କ୍ଳାନ୍ତ ହୋଇଅଛୁ। ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ (ଅର୍ଥାତ୍ ଉପାସନାରେ) ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ।

(ଆପଣ ଜାଣନ୍ତି କି କାହିଁକି? କାରଣ ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ! ଆପଣ ଦେଖିପାରନ୍ତି, ଯିଶାଇୟ କହୁଅଛନ୍ତି, ପରମେଶ୍ୱର ଯିଶାଇୟଙ୍କ ଦ୍ୱାରା କହୁଅଛନ୍ତି, ତୁମ୍ଭେ ଏହି ସମସ୍ତ ଧାର୍ମିକ କ୍ରିୟା କରିବା ସମୟରେ ତୁମ୍ଭର ହସ୍ତ ରକ୍ତରେ ପରିପୂର୍ଣ୍ଣ ଥିବା ସମୟରେ, ଆମ୍ଭେ ସହି ପାରିବା ନାହିଁ। ତୁମ୍ଭେ ପାପରେ ଜୀବନ ବ୍ୟତୀ କରୁଅଛ ତୁମ୍ଭେ ଚିନ୍ତା କର ନାହିଁ! ଆମ୍ଭେ ଏହି ଧର୍ମପରାୟଣତା ସହି ପାରୁ ନାହିଁ।

ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ; ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର। (ମୀଖାରେ ଠିକ୍ ସେଥିର ବିପରୀତ ହେଉଅଛି। ଏବଂ ଦେଖନ୍ତୁ, ବାଇବଲରେ ଏକ ଶାନ୍ତିଜନକ ପଦ।)

ସଦାପ୍ରଭୁ କହନ୍ତି, ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।

ଯିଶାଇୟ, ମୀଖା, ଦାଉଦ ଅନ୍ୟ ଭବିଷ୍ୟତ୍ବକ୍ତା, ବିଶେଷ ଭାବରେ ଆମୋଷ, ସମସ୍ତେ ସମାନ ବିଷୟ କହୁଅଛନ୍ତି। ଅର୍ଥାତ୍ ଯଦି ଆପଣ ଭାବନ୍ତି ଯେ ପରମେଶ୍ୱର କେବଳ କେତୋଟି ବାହ୍ୟ କ୍ରିୟାକର୍ମକୁ ଚାହାନ୍ତି, ଆପଣ ସୁରକ୍ଷିତ ଅଟନ୍ତି, ଆପଣ ସପ୍ତାହର ଅବଶେଷ ଦିନ ଆପଣା ଅନୁସାରେ ବ୍ୟତିତ କରନ୍ତି, ତେବେ ମୀଖା କହନ୍ତି, ସେଥିପାଇଁ ଆପଣ ସମସ୍ତେ ପରମେଶ୍ୱରଙ୍କ ଅନନ୍ତକାଳସ୍ଥାୟୀ ଦଣ୍ଡ ପ୍ରାପ୍ତ ହେବେ।

. ଉପସଂହାର

ଏହି ସପ୍ତାହରେ ଏହି ଅନୁଚ୍ଛେଦ ଦେଇ କାର୍ଯ୍ୟ କରୁଥିବା ବେଳେ, ମୋ ଅଙ୍ଗୁଳି ଅନ୍ୟ ବ୍ୟକ୍ତି ଆଡ଼େ ଯିବା ପରି ମୁଁ ଆପଣା ହୃଦୟରେ ଅନୁଭବ କରି ପାରୁଅଛି। ଏହା ଅତି ସହଜ ଅଟେ, ନୁହେଁ, ଯେତେବେଳେ ଆପଣ ଏହିପରି ଅନୁଚ୍ଛେଦକୁ ଶୁଣନ୍ତି, ଯେତେବେଳେ ଆପଣ ଯିଶାଇୟ ପର୍ବ ମୀଖା ପର୍ବକୁ ପଢ଼ନ୍ତି, ଆପଣ କହନ୍ତି, ହଁ, ବାସ୍ତବରେ ତାହା ଆପଣଙ୍କ ପାଇଁ ଲାଗୁ ଅଟେ। ବାସ୍ତବରେ ତାହା କରିବା ସହଜ ଅଟେ, ଏହା ନୁହେଁ କି? ଆଉ ଏହି ସପ୍ତାହରେ ମୁଁ ଆପଣାକୁ ଏହା କହୁଥିବା ପାଇଲି ଯେ, ଏହି ସମୟରେ ମୁଁ ଆପଣଙ୍କ ପାଇଁ ଚିନ୍ତା କରିବି ନାହିଁ, ମୁଁ ଆପଣା ନିମନ୍ତେ ଚିନ୍ତା କରିବାକୁ ଯାଉଅଛି। ଏବଂ ମୁଁ ଆପଣଙ୍କୁ ମଧ୍ୟ ତାହା କରିବାକୁ ଉତ୍ସାହିତ କରୁଅଛି। ଏହି ବାକ୍ୟଗୁଡ଼ିକ ଆମ୍ଭମାନଙ୍କ ନିର୍ଦ୍ଦେଶ ପାଇଁ ଲେଖାଯାଇଅଛି ମୁଁ ଆପଣଙ୍କ ହୃଦୟ ବିଷୟରେ ଜାଣି ନାହିଁ। ମୁଁ ଜାଣେ ଯେ ଆପଣ ରବିବାର ସକାଳେ ଏଠାରେ ଅଛନ୍ତି, କିନ୍ତୁ ଜାଣେ ନାହିଁ ଆପଣ ସପ୍ତାହର ଅବଶେଷ ଦିନ କରନ୍ତି। ଆପଣ ଚିନ୍ତା କରୁଅଛନ୍ତି ମୁଁ ଜାଣେ ନାହିଁ, ବା ମୋ ଜୀବନର ଧର୍ମପରାୟଣତା ହୃଦୟ ମଧ୍ୟରେ ଥିବା ସମ୍ପର୍କ ମୁଁ ଆପଣା ଗୃହର ଗୋପନତାରେ ସ୍କୁଲରେ କାର୍ଯ୍ୟକ୍ଷେତ୍ରରେ କିପରି ଜୀବନ ବ୍ୟତିତ କରୁଅଛି। ମୁଁ ସେଗୁଡ଼ିକ ବିଷୟରେ ଜାଣେ ନାହିଁ। କିନ୍ତୁ ମୁଁ ଏହା ଜାଣେ ଯେ ଅଙ୍ଗୁଳିକୁ ଆପଣାଠାରୁ ଦୂର କରିବା ହଁ, ବାସ୍ତବରେ ତାହା ସେହି ବ୍ୟକ୍ତି ପାଇଁ ଲାଗୁ ଅଟେ କହିବା ମାନବୀୟ ପ୍ରକୃତି ଅଟେ। କିନ୍ତୁ ଏହି ସପ୍ତାହ ମୁଁ ଯାହା କରିଥିଲି, ତାହା ଆପଣ ମଧ୍ୟ କରନ୍ତୁ, ଏହା ମୁଁ କହିବାକୁ ଚାହେଁ ତାହା ଯେ ଆପଣା ଅଙ୍ଗୁଳି ଆପଣାକୁ ଦେଖାଇ କହନ୍ତୁ, ମୁଁ ତାହା କରୁଅଛି କି? ମୁଁ ଏହିପରି ଚିନ୍ତାକରେ କି ଯେ ମୁଁ କେତୋଟି କ୍ରିୟା କରୁଥିବାରୁ, ଯେପରି ଚାହିଁବି ସେହିପରି ଜୀବନଯାପନ କରି ପାରିବି ତାହା ଯୁକ୍ତିଯୁକ୍ତ ଅଟେ?

ପରମେଶ୍ୱର ସର୍ବଦା ପାପକୁ ଦଣ୍ଡିତ କରିବେ, ସେ କରିବେ ନାହିଁ କି? ତେଣୁ ଏହା ଅପରିହାର୍ଯ୍ୟ ଅଟେ। ଏହା ସବୁବେଳେ ହେବାକୁ ଯାଉଅଛି। ପରମେଶ୍ୱର ସବୁବେଳେ ପାପକୁ ଦଣ୍ଡ ଦେବା ଅପରିହାର୍ଯ୍ୟ ଅଟେ। ଆପଣ ମୁଁ ଦେବତାଗଣଙ୍କ ସେବା କରି ପାରିବା ନାହିଁ... ଆପଣ ମୁଁ ଦରିଦ୍ରମାନଙ୍କୁ ନିର୍ଯାତନା କରି ପାରିବା ନାହିଁ... ଆପଣ ମୁଁ ବିଧବା ଅନାଥମାନଙ୍କୁ ଅସଂଗତ ରୂପେ ବ୍ୟବହାର କରି ପାରିବା ନାହିଁ...(ମୀଖାର ବାର୍ତ୍ତା)

ଆମ୍ଭେମାନେ ତାହା କରି ଦଣ୍ଡରହିତ ହୋଇପାରିବା ନାହିଁ। ତାହା ନିଶ୍ଚୟ ଘଟିବାକୁ ଯାଉଅଛି। ଏହା ମୀଖାଙ୍କ ବାର୍ତ୍ତା ଅଟେ। ଆପଣ ଯେ କେହି ହେଉନ୍ତୁ ନା କାହିଁକି। ମୁଁ ଯେ କେହି ମଧ୍ୟ ହୁଏ ନା କାହିଁକି। ଏହି ନିୟମ ପାଇଁ କୌଣସି ବ୍ୟତିକ୍ରମ ନାହିଁ। ଏଥିରେ କିଛି ଫରକ ପଡ଼େ ନାହିଁ ଯେ ମୁଁ ଆମେରିକାରେ ଜନ୍ମ ହୋଇଥିଲି ନା ନାହିଁ। ଏଥିରେ କିଛି ଫରକ ପଡ଼େ ନାହିଁ ଯଦି ମୁଁ ଧାର୍ମିକ କ୍ରିୟା, ଅର୍ଥାତ୍ ଏଠାରେ ଛିଡ଼ା ହୋଇ ପ୍ରଚାର ମଧ୍ୟ କରେ। ମୋ ମାତାପିତା ଯେ କେହି ମଧ୍ୟ ହେଉ ନା କାହିଁକି। ଶେଷରେ, ପାପକୁ କୌଣସି ନା କୌଣସି ପ୍ରକାରେ ଦଣ୍ଡ ଦିଆଯାଏ। ଯେପର୍ଯ୍ୟନ୍ତ, ନିଶ୍ଚିତ ରୂପରେ, ଏହା ସ୍ୱୀକାର କରାଯାଇ ନାହିଁ କ୍ଷମା ପ୍ରାପ୍ତ କରାଯାଇ ନାହିଁ।

ଯଦି ଆପଣଙ୍କ ମୋହର ଧାର୍ମିକତା ବାହ୍ୟିକ ଅଟେ... ଯଦି ଆପଣ ମୁଁ ଧାର୍ମିକ ରୀତି ଉପରେ ଭରସା ରଖୁ ଯେପରି ଚାହୁଁ ସେପରି ଜୀବନଯାପନ କରୁ... ଯଦି ଆମ୍ଭେମାନେ ମଣ୍ଡଳୀକୁ ଯାଉ ଗୃହକୁ ଯାଇ ଆପଣା ଜୀବନସାଥୀଙ୍କୁ ସନ୍ତାନସନ୍ତତିମାନଙ୍କ ସହିତ ମୌଖିକ ଦୁର୍ବ୍ୟବହାର କରୁଯଦି ଆମ୍ଭେମାନେ ଯୁବକମାନଙ୍କ ସଭାକୁ ଯାଉ ପରେ ସ୍କୁଲକୁ ଯାଇ ସ୍କୁଲରେ ଥିବା ବ୍ୟକ୍ତିମାନଙ୍କ ପରି ଜୀବନଯାପନ କରୁ... ଯଦି ଆପଣ ମୁଁ ଏହା ଚିନ୍ତା କରୁ ଯେ କେତୋଟି ବାହ୍ୟିକ କାର୍ଯ୍ୟ ଦ୍ୱାରା ପରମେଶ୍ୱରଙ୍କ ଅନୁଗ୍ରହ ଅର୍ଜନ କରି ପାରିବା ସପ୍ତାହର ଅବଶେଷ ଦିନରେ ଆମ ଇଚ୍ଛା ଅନୁସାରେ ଜୀବନଯାପନ କରିବା, ତେବେ ଆମ୍ଭେମାନେ ମୀଖା ସଦାପ୍ରଭୁଙ୍କ ଚିରସ୍ଥାୟୀ ଦଣ୍ଡର ଅଧିନ ହେବା।

କିନ୍ତୁ ମୀଖାର ଶୁଭବାର୍ତ୍ତା ସୁସମାଚାରର ଶୁଭବାର୍ତ୍ତା ଏହା ଯେ ନ୍ୟାୟ ପରେ ପୁନର୍ସ୍ଥାପନ ହୋଇଥାଏ। ଅର୍ଥାତ୍ ଦାଉଦଙ୍କ ବଂଶଜାତ ମସିହାଙ୍କ କାର୍ଯ୍ୟ ଦ୍ୱାରା, ଯେ ବେଥଲିହିମରେ ଜନ୍ମ ଗ୍ରହଣ କରିଥିଲେ, କ୍ରୁଶ ଉପରେ ତାହାଙ୍କ କାର୍ଯ୍ୟ ଦ୍ୱାରା ଆପଣ ମୁଁ ସେହି ଧାର୍ମିକ ଅବଶିଷ୍ଟାଂଶ ଲୋକମାନଙ୍କ ଏକ ଅଂଶି ହୋଇଥାଉ। ଏହା ମଣ୍ଡଳୀକୁ ଯିବା ନୁହେଁ।

ମୁଁ ପୂର୍ବରେ ଏହ ପ୍ରଶ୍ନ କରିଥିଲି, ଆପଣ କିପରି ସେହି ଧାର୍ମିକ ଅବଶିଷ୍ଟାଂଶ ଲୋକମାନଙ୍କ ଏକ ଅଂଶି ହୋଇଥାଆନ୍ତି?

ଏହାର ଉତ୍ତର, ଯେପରି ମୁଁ ଅନେକ ସମୟରେ ଆପଣମାନଙ୍କୁ କହିଅଛି, ତାହା . ବି. ସି. ତୁଲ୍ୟ ଅଟେ, ଏହା ନୁହେଁ କି?

.... ଏହା ସ୍ୱୀକାର କରିବା ଯେ ଆପଣ ଜଣେ ପାପୀ ଅଟନ୍ତି, ଈଶ୍ୱରଙ୍କ ଅନୁସାରେ ଆପଣ ମୁଁ କିଏ, ତାହା ସ୍ୱୀକାର କରିବା।

ବି. .... କ୍ରୁଶ ଉପରେ ଯୀଶୁଙ୍କୁ ମୃତ୍ୟୁ ଆମ୍ଭମାନଙ୍କ ପାପ ପ୍ରତି ଦଣ୍ଡର ମୂଲ୍ୟ ଦିଆଯାଇଅଛି ତାହା ବିଶ୍ୱାସ କରିବା। ଅର୍ଥାତ୍ ଯାହାଙ୍କଠାରେ ପାପର ଲେଶମାତ୍ର ଥିଲା, ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ଵରୂପ ହେଲେ, ଯେପରି ଆପଣ ମୁଁ ଈଶ୍ଵରଙ୍କର ଧାର୍ମିକତା ସ୍ଵରୂପ ହେଉ। ବିଶ୍ୱାସ କରିବା ଯେ ଯୀଶୁ, ଯିଶାଇୟ ପର୍ବ ସେହି ଜ୍ଵଳନ୍ତ ଅଙ୍ଗାର ଖଣ୍ଡ ଥିଲେ, ଆମ୍ଭମାନଙ୍କ ପାପକୁ ଦୂର କରିବାକୁ ପାପର ପ୍ରାୟଶ୍ଚିତ ପାଇଁ ସେ ତଦ୍ଦ୍ଵାରା ଆମ୍ଭମାନଙ୍କ ମୁଖ ସ୍ପର୍ଶ କଲେ।

ସି.... ତାହାଙ୍କଠାରେ ଆପଣା ଜୀବନକୁ ସମର୍ପିତ କରିବା। ଯୀଶୁ ଆମ୍ଭମାନଙ୍କୁ ଯେପରି ଜୀବନଯାପନ କରିବାକୁ କହିଅଛନ୍ତି, ସେହିପରି ଯୀବନଯାପନ କରିବା; ଆପଣାକୁ ଅସ୍ୱୀକାର କରିବା ଆପଣା କ୍ରୁଶ ଘେନି ତାହାଙ୍କ ଅନୁଗମନ କରିବା।

ମୀଖାଙ୍କ ଶୁଭବାର୍ତ୍ତା ତାହା ଅଟେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ବାର୍ତ୍ତା ତାହା ଅଟେ। ଏପରିକି ଦଣ୍ଡପ୍ରାପ୍ତ ହେବା ମଧ୍ୟରେ ମଧ୍ୟ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କଠାରେ ଧାର୍ମିକ ଅଟନ୍ତି ସେମାନଙ୍କ ପାଇଁ ପରିତ୍ରାଣ ଉପଲବ୍ଧ ଅଟେ।

ଯଦି ଏହା ଆପଣଙ୍କ ପାଇଁ ସମ୍ବାଦ ଅଟେ, ତେବେ ମୁଁ ଆପଣଙ୍କ ସହିତ ଏହି ବିଷୟରେ ବାର୍ତ୍ତାଳାପ କରିବାକୁ ସୁଯୋଗର ଅପେକ୍ଷା କରିବି।

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଆପଣଙ୍କ ଆତ୍ମା ଆମ୍ଭମାନଙ୍କ ହୃଦୟରେ ଜଳିଉଠୁ। ଯେଉଁମାନଙ୍କୁ ଉତ୍ସାହ ସାନ୍ତ୍ୱନାର ଆବଶ୍ୟକ ଅଟେ, ସେମାନଙ୍କଠାରେ ଏହା ଜଳି ଉଠୁ, କିନ୍ତୁ ଯେଉଁମାନଙ୍କୁ ଆବଶ୍ୟକ ଅଟେ, ସେମାନଙ୍କ ହୃଦୟରେ ବିଶ୍ୱାସ ଜାତ ହେଉ। ପିତା, ଆମ୍ଭମାନଙ୍କ ମଧ୍ୟରେ ଯଦି କେହି ଏପରି ବ୍ୟକ୍ତି ଅଛନ୍ତି, ଯିଏ ଭାବନ୍ତି ଯେ ଧାର୍ମିକ ଅବଶିଷ୍ଟାଂଶ ଲୋକମାନଙ୍କ ଏକ ଅଂଶି ହେବାର ଅର୍ଥ ଯେ କେବଳ ମଣ୍ଡଳୀକୁ ଯିବାର ଅଛି ଆଉ କିଛି କରିବାର ଆବଶ୍ୟକ ନାହିଁତାହାର ଅର୍ଥ କେବଳ କେତୋଟି ଧାର୍ମିକ କ୍ରିୟା କରିବା ଭାବିବା ଯେ ଆମ୍ଭେମାନେ ଆପଣା ଇଚ୍ଛାଅନୁସାରେ ଜୀବନ ବ୍ୟତୀ କରିପାରିବା।  ଯଦି ଏପରି ଲୋକମାନେ ଅଛନ୍ତି, ଯିଏ ଭାବନ୍ତି ଯେ ଯୀଶୁଖ୍ରୀଷ୍ଟଙ୍କ ପୂର୍ଣ୍ଣ ସମର୍ପିତ ଶିଷ୍ୟରୁ କମ୍ ରୂପରେ ଜୀବନ ବ୍ୟତୀ କରିବା ଆପଣଙ୍କ ଗ୍ରହଣ ଯୋଗ୍ୟ ଅଟେ, ତେବେ ପିତା, ଆଜି ସକାଳେ, ମୀଖା ପର୍ବ ଯିଶାଇୟ ପର୍ବ ସନ୍ଦେଶ ସେମାନଙ୍କ ହୃଦୟରେ ଜଳିଉଠୁ। ପରମେଶ୍ୱର ଆମ୍ଭେମାନେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ ଯେ ଆପଣ ପରିତ୍ରାଣ ପୁନର୍ସ୍ଥାପନର ପିତା ଅଟନ୍ତି ଆପଣ ତାହା ଅବଶିଷ୍ଟାଂଶ ଲୋକମାନଙ୍କୁ ପ୍ରଦାନ କରନ୍ତି। ଯୀଶୁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ। ଯୀଶୁଙ୍କ ନାମରେ। ଆମେନ୍।

ଅବଶିଷ୍ଟାଂଶ ଲୋକ ବାସ୍ତବରେ ପ୍ରଭୁଙ୍କ ଆତ୍ମାଙ୍କ ଅପେକ୍ଷା କରୁଅଛନ୍ତି ଅବଶିଷ୍ଟାଂଶ ଲୋକ ବାସ୍ତବରେ କୃତଜ୍ଞ ଅଟନ୍ତି ଯେ ସେମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିପୂର୍ଣ୍ଣ ଅଟନ୍ତି; ତାହାଙ୍କୁ ପବିତ୍ର ଆତ୍ମା କୁହାଯାଏ।

ଆପଣ ଏଥିରେ ଆଶ୍ୱସ୍ତ ହୁଅନ୍ତୁ ଯେ ଆମ୍ଭେମାନେ କିଛି କାର୍ଯ୍ୟ କରିବା ଦ୍ୱାରା ଖ୍ରୀଷ୍ଟଙ୍କ ଅବଶିଷ୍ଟାଂଶ ଲୋକଙ୍କ ଅଂଶୀ ହୋଇ ଥାଉ। ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଯାହା କରିଅଛନ୍ତି, ବିଶ୍ୱାସ ପ୍ରେମଭରା ଏକ ହୃଦୟର ସହିତ ତାହା ପ୍ରତି ଏକ ପ୍ରତ୍ୟୁତ୍ତର ଦ୍ୱାରା ଆମ୍ଭେମାନେ ଅବଶିଷ୍ଟାଂଶ ଲୋକଙ୍କ ଅଂଶୀ ହୋଇଥାଉ। ସେହି ନିଶ୍ଚିତତାର ସହିତ ଯାଅନ୍ତୁ।